କିଶନନଗରକୁ ମୋ ବସ ସେବା କେବେ?
କିଶନନଗର : କଟକ ଜିଲ୍ଲା ସଦର ବ୍ଲକ ଅଧିନସ୍ଥ କିଶନନଗରକୁ ଯିବା ଆସିବା ପାଇଁ ସିଧାସଳଖ କୌଣସି ବସର ବ୍ୟବସ୍ଥା ନାହିଁ I କଟକରୁ କିଶନନଗର ମାତ୍ର ୨୫ କିଲୋମିଟର ରାସ୍ତା ହୋଇଥିଲେ ମଧ୍ୟ ଦେଶ ସ୍ୱାଧୀନତାର ୭୫ ବର୍ଷ ପରେ ମଧ୍ୟ ସମାନ ସ୍ଥିତି I ଏହି ଅଞ୍ଚଳ ଓଡିଶାର ପ୍ରଥମ ରାଜବନ୍ଦୀ ସ୍ବର୍ଗତ ରାଜକୃଷ୍ଣ ବୋଷଙ୍କ ହେବା ସତ୍ବେ ଵି ଅଣଦେଖା କରାଯାଉଛି I ଯାହା ଅଞ୍ଚଳବାସୀଙ୍କୁ ମର୍ମାହତ କରୁଛି I ପ୍ରତିଦିନ ବହୁ ସଂଖ୍ୟାରେ ଲୋକେ ବିଭିନ୍ନ କାର୍ଯ୍ୟ ପାଇଁ କିଶନନଗରରୁ କଟକ ଯିବା ପାଇଁ ହଇରାଣ ହେବାକୁ ପଡିଥାଏ ଏହାର ଏକମାତ୍ର କାରଣ ବସ ସେବା ନଥିବାରୁ I ଏହି ଅଞ୍ଚଳବାସି ବିଜୁ ଜନତା ଦଳକୁ ଦଳ ଆରମ୍ଭ ହେବା ଦିନ ଠାରୁ ଆଶୀର୍ବାଦ ଦେଇଆସିଛି କିନ୍ତୁ ଏବେବି ଅଞ୍ଚଳବାସିଙ୍କ ମୌଳିକ ସମସ୍ୟା ପୂରଣ କରିବାରେ ବିଫଳ I କିଶନନଗର ନିର୍ବାଚନମଣ୍ଡଳୀ ଥିଲା ବେଳେ ଯୋଉଁ ସମସ୍ୟା ଥିଲା ଏବେ ମଧ୍ୟ ସେଇ ସମସ୍ୟା ରହିଛି I ଏଥିରୁ ସ୍ପଷ୍ଟ ଅନୁମୟ କେବଳ ଆନ୍ତରିକତାର ଅଭାବ I କିଶନ ନଗର ତହସିଲ ରାଜ୍ୟ ରାଜକୋଷକୁ ବହୁ ଅର୍ଥ ଦେଉ ଥିଲେ ମଧ୍ୟ ସେମିତି ଆଖି ଦୃଷ୍ଟିଆ ଉନ୍ନତିମୂଳକ କାର୍ଯ୍ୟ ଅଞ୍ଚଳରେ ଦେଖା ଯାଉନାହିଁ I ଦେଖିବାକୁ ବାକି ରହିଲା କିଶନନଗର ଅଞ୍ଚଳ କେବେ ତାହାର ମୌଳିକ ସମସ୍ୟାରୁ ମୁକ୍ତି ପାଉଛି I