ଡାକ୍ତରଖାନାରୁ କୁଆଡେ ଯିବେ ନିରାଶ୍ରୟା ବୃଦ୍ଧା ଟିକିଲି ସାହୁ
ନାଁ ଅଛି ବାସସ୍ଥାନ, ନାଁ ଅଛନ୍ତି ପରିବାର
ଢେଙ୍କାନାଳ : ଢେଙ୍କାନାଳ ଜିଲ୍ଲା ଓଡାପଡା ବ୍ଲକ ମେରାମଣ୍ଡଳି(ଗାଁ )ର ସାଇଆଶ୍ରମରେ ଦୁଇବର୍ଷ ପୂର୍ବେ ଆଶ୍ରିତ ହୋଇଥିଲେ l ନିରାଶ୍ରୟା ବୃଦ୍ଧା ଟିକିଲି ସାହୁ (72) l ସାଇବାବାଙ୍କ ପ୍ରସାଦ ଓ ଭକ୍ତଙ୍କ ସହଯୋଗରେ ଜୀବନ ବଞ୍ଚାଉଥିଲେ ବୃଦ୍ଧା ଟିକିଲି ଗତ ତା23.06.23ରିଖରେ ବୃଦ୍ଧା ଟିକିଲି ପଡିଯାଇଥିଲେ l ତତ୍କାଳ ଉପସ୍ଥିତ ଲୋକେ ବୃଦ୍ଧା ଟିକିଲିଙ୍କୁ ମୁମୂର୍ଷୁ ଅବସ୍ଥାରେ ଜିଲ୍ଲା ମୁଖ୍ୟଚିକିତ୍ସାଳୟରେ ଭର୍ତି କରାଇଥିଲେ l ସରକାରଙ୍କ ସେବା ବ୍ୟବସ୍ଥାରେ ବୃଦ୍ଧା ଟିକିଲିଙ୍କ ସ୍ୱାସ୍ଥ୍ୟ ଅବସ୍ଥାରେ ସ୍ଵଧାର ଆସିଥିବାରୁ ଡାକ୍ତର ଟିକିଲିଙ୍କୁ ଡିସ୍ଚାର୍ଜ କରୁଥିବାର ଜଣାପଡିଛି l ଏବେ ବୃଦ୍ଧା ଟିକିଲି ସାହୁ ଯିବେ କୁଆଡେ ରହିବେ କେଉଁଠି, ବଞ୍ଚିବେକିପରି? ଏଥିସମ୍ପର୍କ ଓଡାପଡା ବ୍ଲକ ଭାରପ୍ରାପ୍ତ ଜନମଙ୍ଗଳ ଅଧିକାରୀ ବସନ୍ତ କୁମାର ବେହେରାଙ୍କୁ ଅବଗତ କରାଯାଇଥିବାର ଜଣାପଡିଛି ଭକ୍ତବୃନ୍ଦ ଓ ଅଞ୍ଚଳବାସୀ ଜିଲ୍ଲାପାଳ ଓ ବିଭାଗୀୟ କର୍ତୃପକ୍ଷ ନିରାଶ୍ରୟା ବୃଦ୍ଧା ଟିକିଲିଙ୍କୁ ଆଶ୍ରୟ ପ୍ରଦାନ ନିମନ୍ତେ ଅନୁରୋଧ କରିଛନ୍ତି l ଦେଖାଯାଉ ପ୍ରଶାସନ କେତେ ତୁରନ୍ତ ନିରାଶ୍ରୟା ବୃଦ୍ଧା ଟିକିଲିଙ୍କୁ ଆଶ୍ରୟ ଦେଉଛି l