ଛଅ ବର୍ଷ ହେଲା ପଲିଥିନ ତଳେ ରହୁଛନ୍ତି ସରେନ୍ଦ୍ର ମାଟିଆରୀ
ସମ୍ବଲପୁର : ସମ୍ବଲପୁର ଜିଲ୍ଲା ନାକ୍ଟିଦେଉଳ ବ୍ଲକ ଅନ୍ତର୍ଗତ ଜାମୁଁଯୋରୀ ଗ୍ରାମର ସୁରେନ୍ଦ୍ର ମାଟିିଆରିଙ୍କ ଜମିବାଡି କିଛି ନାହିଁ ସେ ଜଣେ ଭୁମିହିନ ଅତି ଗରିବ ଅଟନ୍ତି l ସେ ଦିନ ମଜୁରିଆ ଭାବରେ ପରର ମୂଲଲାଗି ତାଙ୍କର ୩ ପ୍ରାଣୀକୁଟୁମ୍ବ ଚଳାଇଥାନ୍ତି l ଏପରିକି କାମ ନମିଳିଲେ ଭଲ ଭାବରେ ଦିଓଳି ଖାଇବାକୁ ମଧ୍ଯ ମିଳେନାହିଁ l ଏଭଳି ଦୁୁଖେ କଷ୍ଟେ ଚଳିଯାନ୍ତି l ବଡପରିତାପର ବିଷୟ ତାଙ୍କର ଜମିବାଡି ନଥିବାରୁ ସରକାରଙ୍କ ଆବାସ ଯୋଜନାରୁ ବଞ୍ଚିତ ହେଉଛନ୍ତି l ଫଳରେ ସେ ଆଜକୁ ୬ବର୍ଷ ହେବ ପଲିଥିନ ଛପର ତଳେ ଜୀବନ ଯାପନ କରୁଛନ୍ତି l ୪ଡିସମିଲ ଘରଡିହ ପଟ୍ଟା ପାଇଁ ତହସିଲଦାର, ବିଡିଓ ଏବଂ ଅଭିଯୋଗ ଶୁଣାଣି ଶିବିରରେ ଆପତ୍ତି କରି, ବାରମ୍ବାର ଦୌଡି ଦୌଡି ନୟାନ୍ତ ହୋଇପଡିଥିବା ବେଳେ ଚଳିତ ବର୍ଷ ପ୍ରଧାନମନ୍ତ୍ରୀ ଆବାସ ହିତାଧିକାରୀ ତାଲିକାରେ ତାଙ୍କ ନାମ ରହିଥିବାବେଳେ ପଟ୍ଟା ନଥିବାରୁ ପ୍ରଧାନମନ୍ତ୍ରୀ ଆବାସ ଗ୍ରୁହ ପାଇବାରେ ବ୍ଯାଘାତ ସ୍ରୁଷ୍ଟି ହେଉଥିବା ଅଭିଯୋଗ କରିଛନ୍ତି l