ମୁଖ୍ୟ ଶାସନ ସଚିବଙ୍କ ମୌସୁମୀ ପ୍ରସ୍ତୁତି ସମୀକ୍ଷା
ଭୁବନେଶ୍ୱର: ରାଜଧାନୀରେ ଜଳବନ୍ଦୀ ସମସ୍ୟାର ସମାଧାନ ନେଇ ମୁଖ୍ୟ ଶାସନ ସଚିବ ପ୍ରଦୀପ ଜେନାଙ୍କ ଅଧ୍ୟକ୍ଷତାରେ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଛି । ସମ୍ଭାବ୍ୟ ଜଳବନ୍ଦୀ ଏବଂ ଆବଶ୍ୟକୀୟ ପଙ୍କୋଦ୍ଧାର ତଥା ସଠିକ ସମୟରେ ଡ୍ରେନ୍ ପଙ୍କକୁ ସ୍ଥାନାନ୍ତର କରିବାକୁ ବୈଠକରେ ଗୁରୁତ୍ୱ ଦିଆଯାଇଛି । ଗତବର୍ଷ ମହାନଗର ନିଗମ ଅଂଚଳରେ ୭୫ଟି ସମ୍ବେଦନଶୀଳ ସ୍ଥାନ ଚିହ୍ନଟ ହୋଇଥିଲା । ଏ ଦିଗରେ ପଦକ୍ଷେପ ନିଆଯାଇଛି ଏବଂ ଏହି ଅସୁବିଧାକୁ କମ୍ କରାଯାଇପାରିଛି । ସମ୍ବେଦନଶୀଳ ଅଂଚଳ ଗୁଡିକରେ ଆବଶ୍ୟକ ମୁତାବକ ପମ୍ପସେଟ୍, ଜରୁରୀକାଳୀନ ଜଳ ନିଷ୍କାସନ ବ୍ୟବସ୍ଥା କରାଯିବା ସହ ସ୍ଥାନୀୟବାସୀ କିପରି ବର୍ଷା ବିତ୍ପାତରେ ହଇରାଣ ନହେବେ ସେଥିପାଇଁ ବ୍ୟବସ୍ତା ହୋଇଛି ।ଏହାସହ ଜାତୀୟ ରାଜପଥ ବିଭାଗ ଇସ୍କନଠାରେ ହେଉଥିବା ଜଳବନ୍ଦୀରୁ ରକ୍ଷା ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରନ୍ତୁ ବୋଲି କହିଛନ୍ତି ସିଏସ୍ । ଇସ୍କନ ମନ୍ଦିର ବିପରୀତ ପାଶ୍ୱର୍ରେ ଥିବା କ୍ରିଷ୍ଣା ଟାୱାରରୁ ଭୋଇସାହି ପର୍ଯ୍ୟନ୍ତ ଏକ ସମାନ୍ତରାଳ ଡ୍ରେନ୍ ନିର୍ମାଣ କରି ଜଳବନ୍ଦୀ ସ୍ଥିତି ସୁଧୁରିପାରିବ ବୋଲି ମୁଖ୍ୟ ଶାସନ ସଚିବ କହିଛନ୍ତି ।