ନୟାଗଡ : ନୟାଗଡ଼ ଜିଲ୍ଲା ଓଡିଶା ପାଠାଗାର ସଂଗ୍ରହାଳୟ ଆନ୍ଦୋଳନର ସ୍ରଷ୍ଟା ପ୍ରଖ୍ୟାତ ସଂଗ୍ରାହକ ପ୍ରସିଦ୍ଧ ସାରସ୍ୱତ ସାଧକ ଦାସିଆ ଅଜାଙ୍କର ୧୧୬ତମ ପୁଣ୍ୟ ଜୟନ୍ତୀ ପାଳନ ହୋଇଯାଇଛି l ଦାସିଆ ଅଜାଙ୍କ ପାଠାଗାର ସଂଗ୍ରହାଳୟ ପକ୍ଷରୁ ନୟାଗଡ଼ କଚେରୀ ଛକରେ ଥିବା ଦାସିଆ ଅଜାଙ୍କ ପ୍ରତି ମୂର୍ତ୍ତିରେ ପ୍ରତ୍ୟୁଷରେ ଦାସିଆ ଅଜାଙ୍କ ନାତି ତଥା ଅନୁଷ୍ଠାନର ସମ୍ପାଦକ ଦୀପକ ପଟ୍ଟନାୟକଙ୍କ ଦ୍ୱାରା ପୁଷ୍ପ ହହାରମାଳ ଓ ଧୂପ ପ୍ରଦାନ କରାଯାଇଥିଲା l ପୂର୍ବାହ୍ନରେ ନୟାଗଡ଼ ଜିଲ୍ଲାପାଳ ରବିନ୍ଦ୍ରନାଥ ସାହୁଙ୍କ ସମେତ ଶତାଧିକ କବି ଲେଖକ ସାହିତ୍ୟିକ ଶିକ୍ଷାବିତ ଓ ସମାଜସେଵୀ ଉପସ୍ଥିତ ରହି ଦାସିଆ ଅଜାଙ୍କ ପ୍ରତି ମୂର୍ତ୍ତିରେ ଶ୍ରଦ୍ଧାପୂର୍ବକ ଶ୍ରଦ୍ଧାଞ୍ଜଳି ପ୍ରଦାନ କରିଥିଲେ l ସେହିପରି ପୂର୍ବାହ୍ନହରେ ଦାସିଆ ଅଜାଙ୍କ ସାଧନା ପିଠ ଉଦୟପୁର ଗ୍ରାମରେ ନିରାଡ଼ମ୍ବର ଭାବରେ ଅନୁଷ୍ଠାନ ପରିସରରେ ଥିବା ଦାସିଆ ଅଜାଙ୍କ ପ୍ରତିମୂର୍ତ୍ତି ଓ ସମାଧି ପୀଠରେ ମାଲ୍ୟାର୍ପଣ ସହିତ ପ୍ରାର୍ଥନା ସଭା ଅନୁଷ୍ଠିତ ହୋଇଥିଲା l ତତ ସହିତ ଭଗବତ ଗୀତ ପାଠ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା l ଦାସିଆ ଅଜା ଏବଂ ସହଧର୍ମଣୀ ପୁର୍ଣ୍ଣ ମାସି ଦେବୀଙ୍କୁ ଗଭୀର ଶ୍ରଦ୍ଧାଞ୍ଜଳି ପ୍ରଦାନ କରାଯାଇଥିଲା l ଅପରାହ୍ନରେ ଦଶପଲ୍ଲା ରମେଶ ଚନ୍ଦ୍ର ବେହେରା, ପଂଚାୟତ ସମିତି ନୂଆଗାଁ ଗୋଷ୍ଠୀ ଉନୟନ ଅଧିକାରୀ ସଚ୍ଚିଦାନନ୍ଦ ମିଶ୍ର ଓ ନୂଆଗାଁ ବ୍ଲକ ଅଧ୍ୟକ୍ଷା ପ୍ରତିନିଧି ଶଙ୍କରଷଣ ବେହେରା ଏବଂ ନୂଆଗାଁ ଡିଗ୍ରୀ କଲେଜ ସମ୍ପାଦକ ରମେଶ ଚନ୍ଦ୍ର ପ୍ରଧାନ, ଦାଶରଥି ପ୍ରଧାନ, ଦଶପଲ୍ଲା ବ୍ଲକ ଅଧ୍ୟକ୍ଷାଙ୍କ ପ୍ରତିନିଧି, ସମେତ ବହୁ ବିଶିଷ୍ଟ ବୁଦ୍ଧିଜୀବୀ ଦାସିଆ ଅଜାଙ୍କ ପ୍ରତିମୂର୍ତ୍ତି ଓ ସମାଧି ପୀଠରେ ଭକ୍ତିପୂତ ଶ୍ରଦ୍ଧାଞ୍ଜଳି ଦେଇଥିଲେ l ଦାସିଆ ଅଜା ଦଶପଇସାର ରଜା ରୂପେ ଓଡ଼ିଶାର ପୁରପଲ୍ଲୀରେ ଥିଲେ ସୁପରିଚିତ ଏବଂ ପ୍ରତିଷ୍ଠିତ l