ପାଞ୍ଚଟି ପଞ୍ଚାୟତର ଚାଷୀ କୂଳ ହତାଶ
କିଶନନଗର : କିଶନନଗର ତହସିଲ ଅଧିନସ୍ଥ ସାମନ୍ତରାପୁର ନିକଟବର୍ତ୍ତୀ ଅଞ୍ଚଳ ବାରାପାଟ ଗହୀରରେ ଏବେ ବିଲଡର୍ସଙ୍କ ଲୋଲୁପ ଦୃଷ୍ଟି ପଡିଛି | କିଶନନଗର ଠାରୁ ସୋମପୁରକୁ ସଂଯୋଗ କରୁଥିବା ରାସ୍ତା ମଛିରେ ବାରାପାଟ ଗହୀରର ଉଭୟ ପାର୍ଶ୍ୱରେ ଥିବା ଜମିଗୁଡିକୁ ବିଲଡର୍ସମାନେ ମାଟି ପକାଇ ଉଚ୍ଚା କରିବା ସହିତ ଘରବାରି କରିବା ପାଇଁ ମୋଟା ଅଙ୍କର ଅର୍ଥ ଦେଇ ଘର ବାରି କରୁଛନ୍ତି କିନ୍ତୁ ବିଡମ୍ବନାର ବିଷୟ ବର୍ଷା ଦିନେ ବର୍ଷା ପାଣି ସେହି ବିଲ ଦେଇ ନିଷ୍କାସନ ହୋଇଥାଏ କିନ୍ତୁ ଏବେ ତାହା ହେବା ସମ୍ଭବ ନୁହେଁ ଯାହା ଫଳରେ ଲକ୍ଷାଧିକ ଏକର ଚାଷ ଜମି ନଷ୍ଟ ହେଉଛି | ସରକାରଙ୍କ ରେକର୍ଡ ଅନୁସାରେ ରାସ୍ତାଟି ଜଳସେଚନ ଓ ବିଦ୍ୟୁତ ବିଭାଗର ହୋଇଥିବେ ସ୍ୱତ୍ୱ ଚକ ଜମିକୁ କିପରି ଘର ବାରିରେ ପରିବର୍ତ୍ତନ କରାଯାଉଛି? ବହୁ ଚାଷୀଙ୍କର ଏବେ ଚିନ୍ତାର କାରଣ ପାଲିଟିବା ସହିତ ପ୍ରଶାସନକୁ ବିନମ୍ର ଅନୁରୋଧ ଏହାକୁ କିପରି ରୋକାଯାଇପାରିବ ସେ ଦିଗରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଗଲେ ଚାଷୀକୁଳ ଉପକୃତ ହେବେ |