ଭି କେ ପାଣ୍ଡିଆନଙ୍କ ଢେଙ୍କାନାଳ ଗସ୍ତର ପ୍ରଥମଦିନ
ଢେଙ୍କାନାଳ : 5T ସଚିବ ଭି. କେ.ପାଣ୍ଡିଆନଙ୍କ ସୂଚନା ମୁତାବକ ଦିନ ତିନି ଟା ପନ୍ଦର ସମୟରେ ଢେଙ୍କାନାଳ ପଲ୍ଲୀଶ୍ରୀ ମେଳା ପଡ଼ିଆ ଠାରେ ହେଲିକପ୍ଟର ଯୋଗେ ପହଞ୍ଚି ଥିଲେ I ପରେ ମୁଖ୍ୟ ଷ୍ଟାଡିୟମ ଠାରେ ଢେଙ୍କାନାଳ ସାଧାରଣ ଲୋକଙ୍କ ସହ ଆଲୋଚନା କରିଥିଲେ I ପରେ ମିନି ଷ୍ଟାଡିୟମ ଠାରେ SHGମହିଳା,ମା ମାନଙ୍କ ସହ ଆଲୋଚନା ଓ ରାଜ୍ୟ ସରକାରଙ୍କ ପକ୍ଷରୁ ସେମାନଙ୍କୁ କିପରି ସାହାଯ୍ୟ କରାଯାଉଛି ଏବଂ ମୁଖ୍ୟମନ୍ତ୍ରୀ ସେମାନଙ୍କ ପାଇଁ ଆଗକୁ କ’ଣ କ’ଣ ଯୋଜନା କରିଛନ୍ତି ସେ ବିଷୟରେ ସୂଚନା ଦେଇଥିଲେ I ପରେ କଲେଜ ଛାତ୍ରଛାତ୍ରୀମାନଙ୍କ ସହ ସହରସ୍ଥିତ ଗୋଡି ପଡ଼ିଆ ଠାରେ ମିଶିଥିଲେ I ସେମାନେ 5 ଟି ମାଧ୍ୟମରେ କେତେ ସୁଫଳ ପାଉଛନ୍ତି, କଣ କଲେ ସଫଳ ମଣିଷଟିଏ ହେବେ ଏବଂ ସୁସ୍ଥ ସବଳ ଓ ଏକ୍ରାଗତା ପାଇଁ କେଉଁ କ୍ଷେତ୍ରରେ ଧ୍ୟାନ ଦେବାକୁ ପଡିବ ସେ ବିଷୟରେ ସୂଚନା ଦେଇଥିଲେ I ତା ସହ ଆଗାମୀ ଦିନରେ ମୁଖ୍ୟମନ୍ତ୍ରୀ ସେମାନଙ୍କ ପାଇଁ ଯେଉଁ ଯୋଜନା ରଖିଛନ୍ତି ସେ ବିଷୟରେ ଆଲୋଚନା କରିଥିଲେ I ଦେଖାଯାଉ ସଚିବଙ୍କ ଏଭଳି ବାର୍ତ୍ତା କେତେଦୂର ଫଳପ୍ରଦ ହେଉଛି ନାଁ କଥାରେ ରହୁଛି ?