ସିଙ୍ଗଡ଼ା ଅର୍ଡର କରି ଡାକ୍ତର ହଟହଟା; ଖାଲି ହୋଇଗଲା ଆକାଉଣ୍ଟ

0

ମୁମ୍ବାଇ : ମାୟାନରରୀ ମୁମ୍ବାଇରେସାଇବର ଲୁଟେରାଙ୍କ ଶିକାର ପାଲଟିଛନ୍ତି ଜଣେ ଡାକ୍ତର। ଅନଲାଇନ୍‌ରେ ସିଙ୍ଗଡ଼ା ଅର୍ଡର କରି ଆକାଉଣ୍ଟ ଖାଲି ହୋଇଯାଇଛି । ଦେଖୁ ଦେଖୁ ଆକାଉଣ୍ଟରୁ ଗାଏବ ହୋଇଗଲା ୧ ଲକ୍ଷ ୪୦ ହଜାର ଟଙ୍କା । ୨୭ ବର୍ଷୀୟ ଜଣେ ଡାକ୍ତର ନିଜ ସାଙ୍ଗଙ୍କ ସହ ପିକ୍‌ନିକ୍‌ରେ ଯିବା ପୂର୍ବରୁ କିଛି ସ୍ନାକ୍‌ସ ସାଙ୍ଗରେ ନେଇଯିବାକୁ ଚିନ୍ତା କରିଥିଲେ । ଏଥିନିମନ୍ତେ ସେ ଏକ ରେଷ୍ଟୁରାଣ୍ଟକୁ ଫୋନ୍‌ କରି ୧୫ ପ୍ଲେଟ ସିଙ୍ଗଡ଼ା ପଠାଇବାକୁ ଅର୍ଡର କରିଥିଲେ । ଏଥିନିମନ୍ତେ ପ୍ରଥମେ ସେ ୧୫୦୦ ଟଙ୍କା ପେମେଣ୍ଟ ମଧ୍ୟ କଲେ। କିଛି ସମୟ ମଧ୍ୟରେ ତାଙ୍କ ନିକଟକୁ ଏକ କଲ୍‌ ଆସିଥିଲା। ଟଙ୍କା ପହଞ୍ଚି ନ ଥିବା ବେଳେ ଅନ୍ୟ ଏକ ଫୋନ୍‌ ନମ୍ବରରେ ରିକୁଏଷ୍ଟ ପଠାଯାଇଥିଲା। ଏହାପରେ ଡାକ୍ତରଜଣକ ପୁଣି ଥରେ ୧୫ ଶହ ଟଙ୍କା ପେମେଣ୍ଟ କରିଥିଲେ।ମାତ୍ର ଏହାପରେ ହଠାତ୍‌ ତାଙ୍କ ଆକାଉଣ୍ଟରୁ ଥରକୁ ଥର ଟଙ୍କା କଟିବାକୁ ଲାଗିଲା। ଏଥିସହ ଦେଖୁ ଦେଖୁ ତାଙ୍କ ଆକାଉଣ୍ଟରୁ ସମୁଦାୟ ୧ ଲକ୍ଷ ୪୦ ହଜାର ଟଙ୍କା କଟିଗଲା। ଏହାଦେଖି ତୁରନ୍ତ ଡାକ୍ତରଜଣକ ନିଜ ଆକାଉଣ୍ଟ ବ୍ଲକ୍‌ କରିଦେଲେ। ମାତ୍ର ସେତେବେଳକୁ ସାଇବର ଲୁଟେରା ତାଙ୍କ ଆକାଉଣ୍ଟରେ କଳାକନା ବୁଲାଇ ସାରିଥିଲେ। ଏନେଇ ଡାକ୍ତରଜଣକ ମୁମ୍ବାଇର ସାଇବର ଥାନାରେ ଅଭିଯୋଗ କରିଥିବା ବେଳେ ପୁଲିସ୍‌ ଘଟଣାର ତଦନ୍ତ ଆରମ୍ଭ କରିଛି।


Leave a Reply

Your email address will not be published. Required fields are marked *

error: Content is protected !!
Call Now Button
× How can I help you?