ନେତାଙ୍କ ପାଇଁ ରାଜନୀତି ଚଳଚଞ୍ଚଳ: ଦୂର ହେଉନି ଲୋକଙ୍କ ସମସ୍ୟା
ଢେଙ୍କାନାଳ,(ସା ଆ ମି ): ୫-ଟି ସଚିବଙ୍କ ଢେଙ୍କାନାଳ ଗସ୍ତନେଇ ଦଳୀୟ ନେତା ଓ କର୍ମୀମାନେ ଚଳଚଞ୍ଚଳ
ହୋଇପଡିଛନ୍ତି l ମାତ୍ର ଲୋକେ ସ୍ୱାସ୍ଥ୍ୟସେବା, ଶିକ୍ଷା ସହ ବିଭିନ୍ନ କାର୍ଯ୍ୟ ପାଇଁ ଯିବା ଆସିବାରେ ନାହିଁ ନ ଥିବା ଅସୁବିଧା ଭୋଗୁଛନ୍ତି l ଯାତ୍ରୀବାହୀ ବସ ତଥା
ଅନୁମତି ପ୍ରାପ୍ତ ଯାତ୍ରୀବାହୀ ଯାନବାହନଗୁଡିକ ସଚିବଙ୍କ ସଭାସ୍ଥଳରେ ଲୋକଙ୍କୁ ନେବା ଆଣିବା କାର୍ଯ୍ୟ ନିମନ୍ତେ ରିକ୍ଯୁସନ ହୋଇଥିବାର ଜଣାପଡିଛି l ଯାତ୍ରୀବାହୀ ଯାନବାହନ ଉପଲବ୍ଧ ନ ଥିବାରୁ ଯାତ୍ରୀମାନେ ନାହିଁ ନ ଥିବା ଅସୁବିଧା ଭୋଗୁଛନ୍ତି l ଢେଙ୍କାନାଳ ବସଷ୍ଟାଣ୍ଡ ତଥା ବିଭିନ୍ନ ପେଣ୍ଠସ୍ଥଳ ଓ ଗ୍ରାମାଞ୍ଚଳ ବସ ଷ୍ଟାଣ୍ଡ ଗୁଡିକରେ ଲୋକେ ଯିବା ଆସିବାରେ ଘୋର ଅସୁବିଧା ଭୋଗୁଛନ୍ତି l ଅଟୋ ହେଉ କିମ୍ବା ଛୋଟ ଗାଡି ଗୁଡିକର ଭଡା ଲୋକଙ୍କ ଦୁଃଖ ବଢ଼ାଇ ଦେଇଛି l ପରିବହନ ବିଭାଗରଏଭଳି ବିଚାର ଉପରେ ଚର୍ଚ୍ଚା ଜୋର ଧରିଥିବା ବେଳେ ବୁଦ୍ଧିଜୀଵୀମାନେ ଏଭଳି ଘଟଣାକୁ ନିନ୍ଦା କରିଛନ୍ତି l