ମଞ୍ଚେଶ୍ବର ଶିଳ୍ପାଞ୍ଚଳ‌ରେ ଔଷଧ ଗୋଦାମରେ ନିଆଁ, ଜଳିଗଲା ଲକ୍ଷାଧିକ ଟଙ୍କାର ସାମଗ୍ରୀ

0

ଭୁବନେଶ୍ୱର: ଭୁବନେଶ୍ବର ମଞ୍ଚେଶ୍ୱର ଶିଳ୍ପାଞ୍ଚଳରେ ଥିବା ଏକ ମେଡ଼ିସିନ ଗୋଦାମରେ ରବିବାର ରାତିରେ ଭୟାବହ ଅଗ୍ନିକାଣ୍ଡ ଘଟିଛି l ରାତି ପ୍ରାୟ ୧୧.୧୫ରେ ଏହି ଅଗ୍ନିକାଣ୍ଡ ଘଟିଥିବା ସ୍ଥାନୀୟ ଲୋକେ କହିଛନ୍ତି। ଅଗ୍ନିକାଣ୍ଡ ଏତେ ଭୟାବହ ଥିଲା ଯେ, ଅଧଘଣ୍ଟାରେ ସବୁକିଛି ଜଳିପୋଡି ନଷ୍ଟ ହୋଇଯାଇଛି। ସ୍ଥାନୀୟ ଲୋକଙ୍କଠାରୁ ଖବରପାଇ ଅଗ୍ନିଶମ ବିଭାଗ ପହଞ୍ଚିବା ପୂର୍ବରୁ ସମ୍ପୂର୍ଣ୍ଣ ଗୋଦାମଟି ଜଳିଯାଇଛି। ପ୍ରାୟ ୫ ଅଗ୍ନିଶମ ଗାଡି ନିଆଁଲିଭା କାର୍ଯ୍ୟରେ ନିୟୋଜିତ ଥିବାବେଳେ ବର୍ତ୍ତମାନ ସୁଦ୍ଧା ନିଆଁ ଲିଭା ଜାରି ରହିଛି।ସ୍ଥାନୀୟ ଲୋକଙ୍କ କହିବା କଥା, ଏଠାରେ ଏକ ମେଡ଼ିସିନ ଗୋଦାମ ଥିଲା, କୋଭିଡ ବେଳେ ଆସିଥିବା ସାମଗ୍ରୀ ମହଜୁଦ ହୋଇ ରହିଥିଲା । ଲକ୍ଷାଧିକ ଟଙ୍କାର ମାସ୍କ, ସାନିଟାଇଜର ଜଳି ପୋଡି ପାଉଁଶ ହୋଇଛି । ଅକ୍ସିଜେନ ସିଲିଣ୍ଡର ରହିଥିବାରୁ ନିଆଁ ଲିଭା କାର୍ଯ୍ୟ ବାଧାପ୍ରାପ୍ତ ହୋଇଛି। କିନ୍ତୁ କେଉଁ କାରଣ ପାଇଁ ଅଗ୍ନିକାଣ୍ଡ ଘଟିଲା ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ l ପ୍ରାଥମିକ ତଦନ୍ତରୁ ଯାହା ଜଣାପଡୁଛି ସର୍ଟ ସର୍କିଟରୁ ଅଗ୍ନିକାଣ୍ଡ ଘଟିଥିବା ସନ୍ଦେହ କରୁଛି ଅଗ୍ନିଶମ ବାହିନୀ l ତେବେ କ’ଣ କ୍ଷତି ହୋଇଛି ନିଆଁ ଲିଭିବା ପରେ ଆକଳନ କରାଯାଇପାରିବ ବୋଲି ଅଗ୍ନିଶମ ବାହିନୀର କର୍ମଚାରୀମାନେ କହିଛନ୍ତି।


Leave a Reply

Your email address will not be published. Required fields are marked *

error: Content is protected !!
Call Now Button
× How can I help you?