ଅସହାୟ ଝିଅକୁ ବାହାଦେଇ ଆଦର୍ଶ ପରମ୍ପରା ସୃଷ୍ଟିକଲା ଗଣମାଧ୍ୟମ
ଢେଙ୍କାନାଳ,(ସା.ଆ.ମି ): ଅବଳା ଦୁର୍ବଳା ଅସହାୟା ନିରାଶୟା ଝିଅଟିଏ ହେଉଛି ଲକି | ଢେଙ୍କାନାଳ ଜିଲ୍ଲା ଭୁବନ ବ୍ଲକ କୁନିନ୍ଦା ପଞ୍ଚାୟତର କୁମୁରସିଂହା ଗ୍ରାମର ଲକି ବାରିକ (୨୫) ପାଞ୍ଚ ବର୍ଷ ପୂର୍ବେ ବାପା ମା ଙ୍କୁ ହରାଇ ଅସହାୟ ହୋଇପଡ଼ିଥିଲେ | କେବଳ ଲକି ନୁହନ୍ତି ତାଙ୍କ ସାନଭଉଣୀ ସଂପୂର୍ଣ୍ଣ ଅସହାୟ ହୋଇପଡ଼ିଥିଲେ | ବଂଚିବା ପାଇଁ ସଂଘର୍ଷ କରୁଥିଲେ | ଗ୍ରାମବାସୀ ରଂଜିତ ସାହୁ, ମହେନ୍ଦ୍ର ପରିଡାଙ୍କ ଅନୁରୋଧ କ୍ରମେ ସେମାନଙ୍କ ପାଇଁ ଦେବଦୂତ ସାଜିଥିଲେ ସାମ୍ବାଦିକ ସଂଘ, ଭୁବନର ସଭାପତି ପୂର୍ଣ୍ଣଚନ୍ଦ୍ର ସାହୁ | ସଂଘର କର୍ମକର୍ତ୍ତାଙ୍କ ସହ ୩ ଭଉଣୀଙ୍କ ପାଠ ପଢିବା ସହ ସର୍ବନିମ୍ନ ଆବଶ୍ୟକତା ପୂରଣ ଦିଗରେ ଯଥା ସଂମ୍ଭବ ସହାୟତା କରି ଆସୁଛନ୍ତି | ଲକିର ବିବାହ ବୈଦିକ ରୀତିନୀତିରେ କରାଇ ଅନ୍ୟମାନଙ୍କ ପାଇଁ ଏକ ସୁନ୍ଦର ଉଦାହରଣ ସୃଷ୍ଟି କରଛନ୍ତି | ଉକ୍ତ ବିବାହକୁ ସ୍ମରଣୀୟ କରିବା ପାଇଁ ଭୁବନ ମା ବାଟ ତାରିଣୀ ମନ୍ଦିର ପରିସରରେ ରାଜ୍ୟ ଖଣି ଇସ୍ପାତ ପୂର୍ତ୍ତ ବିଭାଗ ମନ୍ତ୍ରୀ ପ୍ରଫୁଲ୍ଲ କୁମାର ମାଲ୍ଲିକ, ସାଂସଦ ମହେଶ ସାହୁ ଇଣ୍ଡିଆନ ଜର୍ଣ୍ଣାଲିଷ୍ଟ ଫେଡେରେସନର ରାଷ୍ଟ୍ରୀୟ ସଭାପତି ବିମଲ କ୍ରିଷ୍ଣ ଥମ୍ବଙ୍କ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ରହି ବରକନ୍ୟାଙ୍କୁ ଆଶୀର୍ବାଦ ପ୍ରଦାନ କରିଥିଲେ | ବିବାହ କାର୍ଯ୍ୟକ୍ରମରେ ଝାରଖଣ୍ଡରୁ ବି.କେ. ପ୍ରସାଦ ସୋନି ଛତିଶଗଡ଼ ଶରଣ ଜିତ ସିଂ ତେତ୍ରୀ , ବିହାରରୁ କୌଶଳ ସିଂ ସାମ୍ବାଦିକ ମାନେ ସପରିବାର ଉପସ୍ଥିତ ରହିବା ଏକ ଉଲେଖନୀୟ ଘଟଣା | ଅନ୍ୟମାନଙ୍କ ମଧ୍ୟରେ ସମାଜସେଵୀ ଲିପ୍ଶା ପ୍ରଧାନ,ଡ଼ ଶାନ୍ତି ଭୂଷଣ ପଣ୍ଡା, ଜନାର୍ଦ୍ଧନ ନାଥ, ରାଜେଶ ପାତ୍ର, ଲିଆକତ ଅଲ୍ଲୀ ଖାଁ , ପୁରୀ ଗୋବର୍ଧନ ପୀଠ ସଚିବ ମାତୃ ପ୍ରସାଦ ମିଶ୍ର, ସନ୍ଧ୍ୟାରାଣୀ ନାୟକ, ସୁଧାକର ସାହୁ, ଧର୍ମାନନ୍ଦ ବରାଳ , ଓଡାପଡା ବ୍ଲକ ଅଧକ୍ଷା ସସ୍ମିତା ମହାନ୍ତି , ବିଜେପିର ପୂର୍ବତନ ରାଜ୍ୟ ସଭା ସାଂସଦ ରୁଦ୍ର ପାଣି , ଶତ୍ରୁଘ୍ନ ଜେନା , ସରୋଜିନୀ ମହାନ୍ତି , ବରିଷ୍ଠ ନାଗରିକ ସଂଘ ଢେଙ୍କାନାଳର ଯୋଗିନାଥ ମହାନ୍ତି, ରଥ ସେଠି , ବୁବୁ ରଥ, ରାଜ୍ୟ ସମବାୟ ବ୍ୟାଙ୍କ ପୂର୍ବତନ ସଭାପତି ଅକ୍ଷୟ କୁମାର ମହାନ୍ତି, ଓଡ଼ିଶା ପ୍ରଜା ଦଳର ଗିରିଜା ମହାନ୍ତି ଶିଳ୍ପପତି ମନୋଜ ପୋଥାଳ କୈଳାଶ ରାଠି, ବିଜୁ ଜନତା ଦଳ କାର୍ଯ୍ୟକାରୀ ସଭାପତି ନରେନ୍ଦ୍ର ବେହେରା, ଦୁଃଶାସନ ପୃଷ୍ଟି , ମଳୟ ତ୍ରିପାଠୀ ଉପସ୍ଥିତ ହୋଇ ନବଦମ୍ପତିଙ୍କୁ ଗଛ ପ୍ରଦାନ କରିଥିଲେ |
ପ୍ରକାଶ ଥାଉକି ଲକିର ସାନ ଭଉଣୀ ଲିଙ୍କିନାଙ୍କୁ ଭୁବନ କଲେଜକୁ ଆଣୁଥିବା ବେଳେ କଳିଙ୍ଗଟିଭିର ସାମ୍ବାଦିକ ଦୁଷ୍ମନ୍ତ ମହାନ୍ତି ଏକ ସଡ଼କ ଦୃଘଟଣାରେ ପ୍ରାଣ ହରାଇବା ସହ ଲିଙ୍କିନା ଗୁରୁତର ହୋଇଥିଲେ | ଏପରି ସମୟରେ କିଟର ପ୍ରତିଷ୍ଠାତା ତଥା ସାଂସଦ ଅଚ୍ୟୁତ ସାମନ୍ତ ଏକ ବର୍ଷ ହେଲା ଉକ୍ତ ୩ ଭଉଣୀଙ୍କ ପାଠ ପଢିବା ପାଇଁ ସହାୟତା ପ୍ରଦାନ କରି ଆସୁଛନ୍ତି l