ଗଡ଼ଗଡ଼ିଆ ଘାଟରେ କାଉଡ଼ିଆଙ୍କ ଭିଡ଼

0

କଟକ: ଆସନ୍ତାକାଲି ଶ୍ରାବଣ ମାସର ପ୍ରଥମ ସୋମବାର। ଭକ୍ତମାନେ ଠାକୁରଙ୍କୁ ଜଳଲାଗି କରିବେ। ଏଥି ପାଇଁ ଆଜି ସକାଳ କଟକର ଗଡ଼ଗଡ଼ିଆ ଘାଟରେ କାଉଡ଼ିଆଙ୍କ ଭିଡ଼ ଦେଖିବାକୁ ମିଳିଛି। ଏଠାରେ ହଜାର ହଜାର ସଂଖ୍ୟକ କାଉଡ଼ିଆ ଜଳ ଉଠାଉଥିବା ପରିଲକ୍ଷିତ ହୋଇଛି। ଯେଉଁମାନେ ଶ୍ରୀଲିଙ୍ଗରାଜ ମନ୍ଦିର ଓ କପିଳାସର ଶ୍ରୀ ଚନ୍ଦ୍ରଶେଖରଙ୍କ ଠାରେ ଜଳଲାଗି କରିବେ, ସେମାନେ ଆଜି ଏଠାରେ ଭିଡ଼ କରିଛନ୍ତି। ଏଣେ ଶ୍ରୀଲିଙ୍ଗରାଜ ମନ୍ଦିର ଆଗରେ କାଉଡ଼ିଆଙ୍କ ସମ୍ଭାବ୍ୟ ଭିଡ଼କୁ ଆଖି ଆଗରେ ରଖି ଆର୍‌ଏଣ୍ଡ୍‌ବି ବିଭାଗ ପକ୍ଷରୁ ଜିଗ୍‌ଜାଗ୍‌ ଲୁହା ବ୍ୟାରିକେଡ୍‌ ପ୍ରସ୍ତୁତି ସରିଛି। ଏଥିସହ ମନ୍ଦିର ସମ୍ମୁଖରେ ପୁରୁଷ ଓ ମହିଳାଙ୍କ ଆଶ୍ରୟସ୍ଥଳ ତିଆରି ହୋଇଛି। ସେହିପରି ବିଭିନ୍ନ ଦାତବ୍ୟ ଅନୁଷ୍ଠାନ ପକ୍ଷରୁ ରନ୍ଧା ଖାଦ୍ୟ ପ୍ରସ୍ତୁତ କରାଯାଇଛି। ମନ୍ଦିର ଭିତରେ ଏଏସ୍‍ଆଇ ପକ୍ଷରୁ ବ୍ୟାରିକେଡ୍‌ ବନ୍ଧା ହୋଇଛି। କାଉଡ଼ିଆମାନେ ଆଜି ଅପରାହ୍ନରୁ ଏକାମ୍ର କ୍ଷେତ୍ରକୁ ଆସିବେ। ଅନେକ କାଉଡ଼ିଆ କେଦାରଗୌରୀ ମନ୍ଦିର ନିକଟରେ ଓ ଅନେକ ମନ୍ଦିର ସମ୍ମୁଖରେ ବିଶ୍ରାମ ନେବେ। ଶ୍ରାବଣୀ ନୀତି ନିର୍ଘଣ୍ଟ ଅନୁଯାୟୀ ଭୋର ୩ଟାରୁ ମନ୍ଦିର ଖୋଲାଯିବ। ଭୋର ସାଢ଼େ ୩ଟାରେ ମଙ୍ଗଳ ଆଳତି ଓ ଅବକାଶ ନୀତି କରାଯିବା ପରେ ୪ଟାରେ ସାହାଣମେଲା ଦର୍ଶନ ପରେ ଧାଡ଼ିକରି କାଉଡ଼ିଆମାନେ ମନ୍ଦିରକୁ ପ୍ରବେଶ କରିବେ।


Leave a Reply

Your email address will not be published. Required fields are marked *

error: Content is protected !!
Call Now Button
× How can I help you?