ଚତୁର୍ଥୀ ରାତିରେ ରୋମାନ୍ସ ପାଇଁ ମନା କଲେ ସ୍ତ୍ରୀ, ୨୪ ଘଣ୍ଟାରେ ଛାଡ଼ପତ୍ର ଦେଲେ ସ୍ବାମୀ
ପ୍ରତ୍ୟେକ ବରକନ୍ୟା ସେମାନଙ୍କ ବିବାହକୁ ନେଇ ବହୁତ ଉତ୍ସାହିତ ରହିଥାନ୍ତି। ଏହା ସେମାନଙ୍କ ପାଇଁ ଏକ ବିଶେଷ ଦିନ। ଯାହା ପରେ ସେମାନେ ସ୍ବାମୀ-ସ୍ତ୍ରୀ ଭାବରେ ଜୀବନର ସମସ୍ତ ଆନନ୍ଦ ଏବଂ ଦୁଃଖକୁ ଅନୁଭବ କରିବାକୁ ପ୍ରସ୍ତୁତ ହୁଅନ୍ତି। କିନ୍ତୁ ବିବାହ ସହିତ ଜଡ଼ିତ ଆଉ ଏକ ବିଶେଷ ମୁହୂର୍ତ୍ତ ରହିଥାଏ। ଯାହା ପାଇଁ ବର ଏବଂ କନ୍ୟା ଉଭୟେ ଅପେକ୍ଷା କରିଥାନ୍ତି। ତାହା ହେଉଛି ହନିମୁନ୍ ବା ଚତୁର୍ଥୀ। ବିବାହ ପରେ ପ୍ରଥମ ରାତିର ରୋମାନ୍ସ ଉଭୟଙ୍କ ପାଇଁ ସ୍ବତନ୍ତ୍ର। କିନ୍ତୁ ସେହିଦିନ ଜଣେ ସ୍ବାମୀ ସ୍ତ୍ରୀଙ୍କ ଠାରୁ ଯଦି ଛାଡ଼ପତ୍ର ମାଗନ୍ତି ତେବେ ଏହା ନିଶ୍ଚିତ ଭାବେ ଆଶ୍ଚର୍ଯ୍ୟ ଆଉ ଦୁଃଖଦାୟକ କଥା।
ବିବାହର ମାତ୍ର ଦୁଇ ସପ୍ତାହ ପରେ ତାଙ୍କ ସ୍ବାମୀ ତାଙ୍କୁ ଛାଡ଼ପତ୍ର ହୋଇଥିଲେ ବୋଲି ମହିଳା ଜଣକ କହିଛନ୍ତି। ଏପରି ଘଟଣା ଅଷ୍ଟ୍ରେଲିଆରେ ଦେଖିବାକୁ ମିଳିଛି l ଏହାର କାରଣଟି ହେଲା ଉଭୟେ ହନିମୁନ୍ରେ ରୋମାନ୍ସ କରି ନ ଥିଲେ। କାରଣ ସ୍ତ୍ରୀ ଚତୁର୍ଥୀରେ ସ୍ବାମୀଙ୍କ ସହ ଶାରୀରିକ ସମ୍ପର୍କ ରଖିବାକୁ ମନା କରିଥିଲେ। ଏଥିରେ କ୍ରୋଧିତ ହୋଇ ସ୍ବାମୀ ଜଣକ ଛାଡ଼ପତ୍ର ଦେବା ପାଇଁ ନିଷ୍ପତ୍ତି ନେଇଥିଲେ।
ହନିମୁନ୍ କରିବାକୁ ସେମାନେ ବୁଲିବାକୁ ଯାଇଥିଲେ। ଯେଉଁଠାରେ ସେମାନେ ବହୁତ ଥକ୍କି ଯାଇଥିଲେ। ଏହା ପରେ ଯେତେବେଳେ ସେମାନେ ନିଜ ହୋଟେଲ ରୁମ୍କୁ ଫେରିଲେ, ସ୍ବାମୀ ସ୍ତ୍ରୀଙ୍କୁ ରୋମାନ୍ସ କରିବାକୁ କହିଥିଲେ, କିନ୍ତୁ ସ୍ତ୍ରୀ ଏତେ ଥକ୍କି ଯାଇଥିଲେ ଯେ, ସେ ମନା କରିଦେଇଥିଲେ। ଏହି କାରଣରୁ ସ୍ବାମୀ ବହୁତ ରାଗି ଯାଇଥିଲେ। ବିବାହର ପରଦିନ ସ୍ବାମୀ ଛାଡ଼ପତ୍ର ପ୍ରସଙ୍ଗ ଉଠାଇଥିଲେ। ସେ କହିଛନ୍ତି, ସ୍ତ୍ରୀଙ୍କ ଆଚରଣରେ ତାଙ୍କୁ ରାଗ ଲାଗିଛି ଏବଂ ସେ ଛାଡ଼ପତ୍ର ଚାହୁଁଛନ୍ତି।
ଏହା ଶୁଣି ସ୍ତ୍ରୀ ଜଣକ ଆଶ୍ଚର୍ଯ୍ୟ ହୋଇଥିଲେ। ବିବାହର ୨ ସପ୍ତାହ ପରେ ଦମ୍ପତି ଆନୁଷ୍ଠାନିକ ଭାବେ ଅଲଗା ହୋଇଯାଇଥିଲେ। ଏକଥା ଏକ ଲାଇଭ୍ ଚାଟ୍ ଶୋ’ରେ ସ୍ତ୍ରୀ ଜଣକ ପ୍ରକାଶ କରିଛନ୍ତି।