ଚତୁର୍ଥୀ ରାତିରେ ନବବଧୂ ଫେରାର ଘଟଣା : ସ୍ୱାମୀଙ୍କୁ ଛାଡ଼ି ଦିଲ୍ଲୀ ସପିଙ୍ଗ୍ ମଲରେ ସ୍ତ୍ରୀ
ଭୁବନେଶ୍ୱର: ଭୁବନେଶ୍ୱରରେ ଚତୁର୍ଥୀ ରାତିରେ ନବବଧୂ ସ୍ୱାମୀଙ୍କୁ ଛାଡ଼ି ଦିଲ୍ଲୀ ସପିଙ୍ଗ୍ ମଲରେ ପ୍ରେମିକ ସହିତ ବୁଲୁଛି । ଦିଲ୍ଲୀରୁ ସ୍ତ୍ରୀଙ୍କ ବୟଫ୍ରେଣ୍ଡ ସ୍ୱାମୀଙ୍କୁ ଧମକ ଦେଇଛନ୍ତି । ୫ ଦିନ ଭିତରେ ପ୍ରେମିକାର ପିଛା ଛାଡ଼, ନହେଲେ ଜୀବନରୁ ମାରି ଦେବାର ଧମକ ମିଳିଛି । ପ୍ରେମିକାକୁ ଧରି ଦିଲ୍ଲୀର ଏକ ସପିଂ ମଲରେ ବୁଲା ବୁଲି କରିବା ସହିତ ଫୋଟ ସେୟାର କରିଛନ୍ତି ପ୍ରେମିକ । ଅସଭ୍ୟ ଭାଷାରେ ଗାଳି ଗୁଲଜ କରିବା ସହ ଜୀବନରୁ ମାରିଦେବାକୁ ଧମକ ମିଳିଛି । ଏଭଳି ଅଭଯୋଗ ଆଣିଛନ୍ତି ସ୍ୱାମୀ ସମୀର ମୁଦୁଲି । ତାଙ୍କ ସ୍ତ୍ରୀକୁ ଏବେ ଭଲ ପାଉଥିବା ବେଳେ ସ୍ତ୍ରୀର ପୁରୁଷ ବନ୍ଧୁଙ୍କୁ ଫେରେଇ ଦେବାକୁ ମେସେଜ କରିଛନ୍ତି ସ୍ୱାମୀ । ଏତେ ସବୁ ଘଟିଲା ପରେ ସ୍ତ୍ରୀ ସାତ ଜନମର ସାଥୀ କରିବାକୁ କହିଛନ୍ତି ସମୀର । ଗତ ୨୯ ତାରିଖରେ ଆମୋଫୋଇରେ ଉଭୟଙ୍କ ବିବାହ ହୋଇଥିଲା । ୨ତାରିଖରେ ଚତୁର୍ଥୀ ଥିବାବେଳେ ପୂର୍ବଦିନ ତଥା ଏକ ତାରିଖ ଦିନ ପୁରୁଷ ବନ୍ଧୁଙ୍କ ସହିତ ସମୀରଙ୍କ ସ୍ତ୍ରୀ ଫେରାର ହୋଇ ଯାଇଥିବା ଖଣ୍ଡଗିରି ଥାନାରେ ଅଭିଯୋଗ କରିଥିଲେ ।