ଫାଲକନୁମା ଏକ୍ସପ୍ରେସରେ ଅଗ୍ନିକାଣ୍ଡ

0

ବୋମ୍ମାଇପାଲ୍ଲୀ: ହାୱଡ଼ା-ସିକନ୍ଦରାବାଦ ଫାଲକନୁମା ଏକ୍ସପ୍ରେସରେ ଆଜି ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ବିଶାଖାପାଟଣାର ପାଗଡିପାଲି-ବୋମାଇପାଲି ନିକଟରେ ଟ୍ରେନରେ ନିଆଁ ଲାଗିଯାଇଛି। ଟ୍ରେନରେ ନିଆଁ ଲାଗିବା ଯୋଗୁ ଯାତ୍ରୀମାନଙ୍କର କିଛି କ୍ଷୟକ୍ଷତି ହୋଇ ନାହିଁ। ଯାତ୍ରୀମାନେ ଭୟଭୀତ ଅବସ୍ଥାରେ ତୁରନ୍ତ ଟ୍ରେନରୁ ଓହ୍ଲାଇ ପଡିଥିଲେ। ହେଲେ ଯାତ୍ରୀଙ୍କର ଆସବାବ ପତ୍ର ନିଆଁରେ ପୋଡ଼ିଯାଇଛି। ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରୁଛନ୍ତି। ପ୍ରବଳ ଧୂଆଁ ବାହାରିବା ଯୋଗୁ ଅଗ୍ନିଶମ ବାହିନୀଙ୍କୁ ନିଆଁକୁ ଆୟତ୍ତ କରିବା ପାଇଁ ଅସୁବିଧା ସୃଷ୍ଟି ହେଉଛି।

ଟ୍ରେନର S-4, S-5 ଓ S-6 ବଗିରେ ନିଆଁ ଲାଗି ଯାଇଥିବା ସୂଚନା ମିଳିଛି। ଟ୍ରେନଟି ହାୱଡ଼ାରୁ ସିକନ୍ଦରାବାଦ ଆସୁଥିବା ବେଳେ  ନିଆଁ ଲାଗିଯାଇଥିଲା। ସର୍ଟ ସର୍କିଟ ଯୋଗୁଁ ଟ୍ରେନରେ ନିଆଁ ଲାଗିଥିବା ସନ୍ଦେହ କରାଯାଉଛି।  

ରେଳ ବିଭାଗର ବରିଷ୍ଠ ଅଧିକାରୀ ମାନେ ଘଟଣାସ୍ଥଳରେ ପହଞ୍ଚି ନଜର ରଖିଛନ୍ତି। କିପିରି ନିଆଁ ଅନ୍ୟ ବଗିକୁ ନ ବ୍ୟାପିବ ସେନେଇ ଅନ୍ୟ ବଗି ଗୁଡ଼ିକୁ ଇଞ୍ଜିନରୁ ଅଲଗା କରାଯାଉଛି। 

‘ଅତି ଅଗମ୍ୟ ଅଞ୍ଚଳରେ ଏହି ଟ୍ରେନରେ  ନିଆଁ ଲାଗିଥିବାରୁ ଯାତ୍ରୀମାନଙ୍କୁ ନିଜର ଗନ୍ତବ୍ୟସ୍ଥଳରେ ପହଞ୍ଚିବାରୁ ଅସୁବିଧା ସୃଷ୍ଟି ହୋଇଛି। ଜଙ୍ଗଲିଆ ରାସ୍ତାରେ ଏହି ଅଘଟଣ  ଘଟିଥିବାରୁ ଗାଡ଼ିମଟରର କୌଣସି ସୁବିଧା ନାହିଁ। ଏଥିପାଇଁ ଯାତ୍ରୀମାନେ୨/୩ କିମି ଚାଲିବା ପରେ ମୁଖ୍ୟ ରାସ୍ତାରେ ପହଞ୍ଚିଛନ୍ତି। ସେଠାରୁ ନିଜର ଗନ୍ତବ୍ୟସ୍ଥଳକୁ ଯିବାକୁ ମୁଖ୍ୟ ରାସ୍ତାରେ ସରକାରଙ୍କ ପକ୍ଷରୁ ବସ୍ ଯୋଗାଇ ଦିଆଯାଇଛି। 

ଜଣେ ଯାତ୍ରୀ କହିଛନ୍ତି, ଅତି ଅଗମ୍ୟ ଅଞ୍ଚଳରେ ଟ୍ରେନରେ ହଠାତ୍ ନିଆଁ ଲାଗିଯାଇଥିଲା। ନିଆଁ ଲାଗିବା ପରେ ଗାଡ଼ିଟି ଅଟକି ଯିବା ସହ ସାଇରନ୍ ବାଜିଥିଲା। ଯାତ୍ରୀମାନେ ସାଇରନ ଶବ୍ଦ ଶୁଣି ଭୟଭୀତ ହୋଇ ଓହ୍ଲାଇ ପଡ଼ିଥିଲେ।  ହେଲେ ଆମର ଜିନିଷପତ୍ର ସବୁ ପୋଡ଼ି ଯାଇଛି। 


Leave a Reply

Your email address will not be published. Required fields are marked *

error: Content is protected !!
Call Now Button
× How can I help you?