ସଇତାନ ସାଜିଲା ବାପା

0

ଦେବଗଡ଼ : ହଜାରେ ଟଙ୍କା ନେଇଗଲା ବୋଲି ପୁଅକୁ ମାରିଦେଲା ବାପା । ଏଭଳି ଘଟଣା ଦେବଗଡ଼ ଜିଲ୍ଲା ଅନ୍ତର୍ଗତ କୁ୍ରୋଡ଼ ଗାଁରେ ଘଟିଛି । ଶୋଇଥିବାବେଳେ ବାପାର ଟାଙ୍ଗିଆ ଚୋଟରେ ପୁଅର ଜୀବନ ଯାଇଛି । ମୃତକ ହେଲେ ୨୩ ବର୍ଷୀୟ ଅଶୋକ ବରାଇ ।

ସୂଚନା ଅନୁଯାୟୀ ଗତକାଲି ମୃତ ଅଶୋକ ବାପା ରଖିଥିବା ହଜାରେ ଟଙ୍କା ନେଇଥିଯାଇଥିଲେ । ଏଥିରେ ଉତ୍ତ୍ୟକ୍ତ ହୋଇଯାଇଥିଲା ଅଭିଯୁକ୍ତ ବାପା ନିରଞ୍ଜନ ବରାଇ ପୁଅ ଶୋଇଥିବା ସମୟରେ ଟାଙ୍ଗିଆରେ ଆକ୍ରମଣ କରିଥିଲା । ଚିତ୍କାର ଶୁଣି ପଡୋଶୀ ଅଶୋକକୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ଦେବଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ  । ପରେ ବୁର୍ଲା ମେଡିକାଲକୁ ସ୍ଥାନାନ୍ତର କରାଯାଇଥିଲା । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଦେବଗଡ଼ ପୋଲିସ ମାମଲା ରୁଜୁ କରି ଘଟଣାସ୍ଥଳରେ ସାଇଣ୍ଟିଫିକ ଟିମ୍ ସହାୟତାରେ ତଦନ୍ତ କରୁଛି । ଘରକୁ ସିଲ କରିବା ସହ ଅଭିଯୁକ୍ତ ବାପାକୁ ଅଟକ ରଖିଛି ପୋଲିସ ।


Leave a Reply

Your email address will not be published. Required fields are marked *

error: Content is protected !!
Call Now Button
× How can I help you?