ସ୍ୱାସ୍ଥ୍ୟମନ୍ତ୍ରୀଙ୍କୁ କଟକରେ ଘେରିଲେ ଚୁକ୍ତିଭିତ୍ତିକ ପାରା ମେଡିକାଲ ଓ ନର୍ସିଂ ଷ୍ଟାଫ
କଟକ: ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ନିରଂଜନ ପୂଜାରୀ ଆଜି କଟକରେ ହଟହଟା ହୋଇଛନ୍ତି। ଆଚର୍ଯ୍ୟ ହରିହର କର୍କଟ କେନ୍ଦ୍ରରେ ସ୍ୱାସ୍ଥ୍ୟମନ୍ତ୍ରୀ ନିରଞ୍ଜନ ପୂଜାରୀଙ୍କୁ ଚୁକ୍ତିଭିତ୍ତିକ ପାରା ମେଡିକାଲ ଓ ନର୍ସିଂ ଷ୍ଟାଫ ଘେରିଛନ୍ତି। ବିଭିନ୍ନ ଦାବି ନେଇ ମନ୍ତ୍ରୀଙ୍କୁ ଅଟକ ରଖିଛନ୍ତି। ପ୍ରାୟ ଅଧ ଘଂଟା ଯାଏଁ ଅଟକ ପରେ ସମସ୍ତ ସୁରକ୍ଷା ବ୍ୟବସ୍ଥାରେ ମନ୍ତ୍ରୀ ମେଡିକାଲ ପରିସରରୁ ବାହାରିଥିଲେ। ତାହା ପୁଣି ଚାଲି ଚାଲି। ସୁରକ୍ଷା ବ୍ୟବସ୍ଥା ସମ୍ପୂର୍ଣ୍ଣ କଡାକଡି ଥିଲା। ଚୁକ୍ତିଭିତ୍ତିକ ପାରା ମେଡିକାଲ ଓ ନର୍ସିଂ କର୍ମଚାରୀମାନେ ରାସ୍ତା ଉପରେ ଶୋଇ ନିଜର ଦାବି ଜଣାଇଥିଲେ।