ଆଜିଠୁ ଓଜେଇଇ ଇଞ୍ଜିନିୟରିଂ ପାଠ୍ୟକ୍ରମ ପାଇଁ ରେଜିଷ୍ଟ୍ରେସନ ପ୍ରକ୍ରିୟା

0

ଭୁବନେଶ୍ୱର: ଆଜିଠୁ ଇଞ୍ଜିନିୟରିଂ ପାଠ୍ୟକ୍ରମ ପାଇଁ ରେଜିଷ୍ଟ୍ରେସନ ପ୍ରକ୍ରିୟା ଆରମ୍ଭ ହେବ। ଓଜେଇଇ ଓ୍ବେବସାଇଟରେ ଅନଲାଇନ୍ ମାଧ୍ୟମରେ ଆରମ୍ଭ ହେବ ନାମଲେଖା ପାଇଁ ଆବେଦନ । ବିଟେକ, ବିଆର୍କ, ବିପ୍ଲାନ୍, ବିକ୍ୟାଟ, ଇଣ୍ଟିଗ୍ରେଟେଡ ଏମସିଏ ପଢିବାକୁ ଆଗ୍ରହ ଛାତ୍ରଛାତ୍ରୀମାନେ କରିବେ ଆବେଦନ । ଆସନ୍ତା ୧୨ ତାରିଖ ପର୍ଯ୍ୟନ୍ତ ଚଏସ ଫିଲିଂ କରି ଛାତ୍ରଛାତ୍ରୀ ପଞ୍ଜିକରଣ କରିବେ । ୧୪ ତାରିଖରେ ଚଏସ ଲକିଂ କରିବେ । ୧୫ ତାରିଖ ସୁଦ୍ଧା ପଞ୍ଜିକରଣ ପ୍ରକ୍ରିୟା ଶେଷ ହେବ। ୧୯ ତାରିଖରେ ପ୍ରକାଶ ପାଇବ ପ୍ରଥମ ସିଟ୍ ଆଲର୍ଟମେଣ୍ଟ ତାଲିକା । ୧୯ରୁ ୨୩ ତାରିଖ ପର୍ଯ୍ୟନ୍ତ ହେବ ଡକ୍ୟୁମେଣ୍ଟ ଭେରିଫିକେସନ । ରାଜ୍ୟରେ ଥିବା ସରକାରୀ ଓ ଘରୋଇ ଇଞ୍ଜିନିୟରିଂ ସିଟରେ ନାମଲେଖାଇବା ପାଇଁ ଓଜେଇଇ କାଉନସେଲିଂ କରିଥାଏ ।


Leave a Reply

Your email address will not be published. Required fields are marked *

error: Content is protected !!
Call Now Button
× How can I help you?