ବିପର୍ଯ୍ୟସ୍ତ ଆଇନଶୃଙ୍ଖଳା ପରିସ୍ଥିତି ନେଇ ଜନଅସନ୍ତୋଷ

0

ବଲାଙ୍ଗୀର/ଟିଟିଲାଗଡ,(ସା.ଆ.ମି ): ଟିଟିଲାଗଡ ଥାନା ଅଞ୍ଚଳରେ ବିପର୍ଯ୍ୟସ୍ତ ଆଇନଶୃଙ୍ଖଳା ପରିସ୍ଥିତି ନେଇ ତୀବ୍ର ଜନଅସନ୍ତୋଷ ବୃଦ୍ଧି ପାଉଛି।

ପ୍ରକାଶ ଯେ, ଏହି ଟିଟିଲାଗଡ ସହରରେ ପୋଲିସ ପାଟ୍ରୋଲିଂ ନ ହେବା, କୁଟୀର ଶିଳ୍ପ ଭାବେ ଦେଶୀ,ବିଦେଶୀ ମଦ ବିକ୍ରି ଜୁଆ ଓ ସଟା ଖେଳ ଖୁଲମଖୁଲା ଚାଲିଥିବା ବେଳେ ପୋଲିସ ଓ ଅପରାଧୀଙ୍କ ସଲାସୁତୁରା କାରବାର କରିବା ଅଭିଯୋଗ ହୋଇଛି। ମାସିକ, ଦୈନିକ କୋଟା ଫିକ୍ସ କରି ଅପରାଧୀ ଓ ପ୍ରାଶାସନିକ ଅଧିକାରୀ ମାଲାମାଲ ହେଉଥିବା ବେଳେ ଅସାମାଜିକ କାର୍ଯ୍ୟକଳାପ ବୃଦ୍ଧି ପାଉଛି। ଏପରିକି ମଦୁଆ ଓ ଅସାମାଜିକ ଯୁବକଙ୍କ ଯୋଗୁ ସାଧାରଣ ଜୀବନଯାତ୍ରା ବାଧାପ୍ରାପ୍ତ ହେବା ସହ ସ୍କୁଲ, କଲେଜ ଛାତ୍ରଛାତ୍ରୀ ଯିବା ଆସିବା ପାଇଁ ଭୟ କରୁଛନ୍ତି।
ସେହିପରି ଦିନ ରାତି ସହରର ବିଭିନ୍ନ ଅଞ୍ଚଳରେ ମଦ,ଜୁଆ,ସଟା ଚାଲିଥିବା ସହ ନିଶାରେ ଚୁର ଯୁବକ ଅନାୟାସରେ ରାତି ସାରା ବୁଲି ଅସାମାଜିକ କାର୍ଯ୍ୟ କରିବା ଦେଖା ଯାଉଛି। ସେହିଭଳି ଟ୍ରାଫିକ ସମସ୍ୟା ନେଇ ସାଧାରଣ ଲୋକେ ହଇରାଣ ହରକତ ହୋଇ ଆସୁଥିବା ଦେଖାଯାଉଛି।


ସେହିପରି ଟିଟିଲାଗଡ ଥାନାକୁ ବିଭିନ୍ନ ମାମଲା ନେଇ ସାଧାରଣ ଗୁହାରି ଜଣାଇବା ପାଇଁ ଗଲେ ପୋଲିସ ପକ୍ଷରୁ ଖାମ,ଖିଆଲ ନୀତି କରି ଦିନ ଗଡ଼େଇ ଚଳିବା ସାର ହେଉଛି । ପ୍ରକାଶ ଯେ, ଟିଟିଲାଗଡ ଥାନା ଅଧିନସ୍ଥ ଗ୍ରାମର ରାମ ଚନ୍ଦ୍ର ନାଗ ନାମକ ଜଣେ ବ୍ୟକ୍ତି ତାଙ୍କର ଏକ ମାମଲା ନେଇ ଥାନାକୁ ଯାଇ ଥିବା ବେଳେ ଥାନାରେ ତାଙ୍କୁ ଏକ ଦେଶୀ କୁକୁଡ଼ା ମାଗିବା ସହ ଟଙ୍କା ଦାବି କରିଥିଲେ ।
ସେ ବାଧ୍ୟ ହୋଇ ୪୫୦ ଟଙ୍କା ଦେବା ସତ୍ତ୍ଵେ ପୋଲିସ୍ ଅଧିକାରୀ କିଛି କାର୍ଯ୍ୟ କରି ନ ଥିବା ଅଭିଯୋଗ କରିଛନ୍ତି। ଦୀର୍ଘ ଦିନ ଧରି ତାଙ୍କ ଘର ଜାଗା ନେଇ ହୋଇଥିବା ଗଣ୍ଡଗୋଳ ଯୋଗୁ ସେ ପୁନଃ ଗତ ୧୫ ଦିନ ତଳେ ଥାନାରେ ଲିଖିତ ଅଭିଯୋଗ କରି ସୁଦ୍ଧା କୌଣସି କାର୍ଯ୍ୟାନଷ୍ଠାନ ଗ୍ରହଣ କରା ନ ଯିବା ଓ ସେ ନିରାଶ ହୋଇ ସାରିଛି ବୋଲି ପ୍ରକାଶ କରିଛନ୍ତି। ଏହି ଭଳି ଥାନାରେ ରାମଚନ୍ଦ୍ରଙ୍କ ପରି ଅନ୍ୟ ଲୋକଙ୍କୁ ମଧ୍ୟ ହଇରାଣ, ହରକତ କରୁଥିବା ଭଳି ଗୁରୁତର ଅଭିଯୋଗ ହୋଇ ଆସୁଛି। ସହର ଓ ଆଖପାଖ ଥାନା ଅଞ୍ଚଳରେ କଡ଼ା ପାଟ୍ରୋଲିଂ ସହ ମାତ୍ରାଧିକ ଭାବେ ଚାଲିଥିବା ବେଆଇନ କାର୍ଯ୍ୟକଳାପ ପ୍ରତି ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ନିମନ୍ତେ ସ୍ଥାନୀୟ ଜନ ଜାଗରଣ ସଙ୍ଘ ପକ୍ଷରୁ ଦାବି ହେଉଛି।


Leave a Reply

Your email address will not be published. Required fields are marked *

error: Content is protected !!
Call Now Button
× How can I help you?