ରତ୍ନଭଣ୍ଡାର ଖୋଲିବା ପ୍ରସଙ୍ଗ: ଜବାବ ପାଇଁ ମୁଖ୍ୟ ପ୍ରଶାସକଙ୍କ ସମେତ ୪ ଜଣଙ୍କୁ ନୋଟିସ

0

ପୁରୀ: ରତ୍ନଭଣ୍ଡାର ଖୋଲିବା ପ୍ରସଙ୍ଗରେ ଜବାବ ରଖିବା ପାଇଁ ପ୍ରତିପକ୍ଷ ୪ ଜଣଙ୍କୁ ନୋଟିସ କରିଛନ୍ତି ହାଇକୋର୍ଟ। ସେମାନେ ହେଲେ ଶ୍ରୀମନ୍ଦିର ପରିଚାଳନା କମିଟି ଅଧ୍ୟକ୍ଷ, ମୁଖ୍ୟ ପ୍ରଶାସକ, ଏଏସ୍ ଆଇ ଡିଜି ଓ ଏଏସ୍ ଆଇ ଅଧୀକ୍ଷକ।

ବିଜେପି ନେତା ସମୀର ମହାନ୍ତିଙ୍କ ଆବେଦନ ଆଧାରରେ ନୋଟିସ କରିଛନ୍ତି ହାଇକୋର୍ଟ। ଅଗଷ୍ଟ ୭ରେ ମାମଲାର ପରବର୍ତ୍ତୀ ଶୁଣାଣି ପାଇଁ ଦିନ ଧାର୍ଯ୍ୟ ହୋଇଛି।  ଆଜି ରତ୍ନଭଣ୍ଡାର ଖୋଲିବା ପ୍ରସଙ୍ଗରେ ହାଇକୋର୍ଟରେ ଶୁଣାଣି ହୋଇଥିଲା। 

ସୂଚନା ଅନୁସାରେ, ରତ୍ନଭଣ୍ଡାର ଖୋଲିବା ପ୍ରସଙ୍ଗରେ ହାଇକୋର୍ଟରେ ଜନସ୍ୱାର୍ଥ ମାମଲା ରୁଜୁ କରିଥିଲେ ରାଜ୍ୟ ବିଜେପିର ପୂର୍ବତନ ସଭାପତି ସମୀର ମହାନ୍ତି। ରତ୍ନ ଭଣ୍ଡାର ଖୋଲିବା, ମରାମତି ଓ ଅଳଙ୍କାର ଗଣତି ପାଇଁ ପିଟିସନ ଦାଖଲ କରିଥିଲେ। ୧୯୭୮ରେ ଯେପରି ଗଣତି ହୋଇଥିଲା ସେପରି କରିବାକୁ ଆବେଦନରେ ଦର୍ଶାଇଥିଲେ। ରାଜ୍ୟପାଳ ବା କାର୍ଯ୍ୟରତ ବିଚାରପତିଙ୍କ ଅଧ୍ୟକ୍ଷତାରେ କମିଟି ଗଠନ କରି ରତ୍ନ ଅଳଙ୍କାର ଗଣତି ପାଇଁ ଅପିଲ୍ କରିଥିଲେ ସମୀର।


Leave a Reply

Your email address will not be published. Required fields are marked *

error: Content is protected !!
Call Now Button
× How can I help you?