ଦାବି ପୂରଣ ନ ହେଲେ ସାମୁହିକ ଛୁଟିରେ ଯିବେ ଶିକ୍ଷକ

0

ସମ୍ବଲପୁର,୨l୭( ସା.ଆ.ମି): ସମ୍ବଲପୁର ଜିଲ୍ଲା ପ୍ରାଥମିକ ଶିକ୍ଷକ ସଂଘ(NPS )ପକ୍ଷରୁ ରବିବାର ଶଙ୍କର ମଠଠାରେ ଜିଲ୍ଲା ସଭାପତି ପ୍ରମୋଦ କୁମାର ପ୍ରଧାନଙ୍କ ସଭାପତିତ୍ବରେ ସମସ୍ତ ବ୍ଲକକୁ ନେଇ ଆଗାମୀ ଦିନରେ ଆନ୍ଦୋଳନ ପାଇଁ ଜିଲ୍ଲା ସ୍ତରୀୟ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି l ଏହି ବୈଠକରେ ରାଜ୍ଯ ଷ୍ଟିୟରିଙ୍ଗ କମିଟି ସଦସ୍ଯ ତଥା ଜିଲ୍ଲା ଉପସଭାପତି ପ୍ରଶାନ୍ତ କୁମାର ଦାସ ରାଜ୍ଯ ମିଳିତ ପ୍ରାଥମିକ ଶିକ୍ଷକ ମହାସଂଘ(UPTF)ର ନିଷ୍ପତ୍ତି ଅନୁସାରେ ଦାବି ପୂରଣ ନ ହେଲେ ଆଗାମୀ ୨୪ ତାରିଖରୁ ସମୁହ ଛୁଟିରେ ରହିବା ପାଇଁ ଏହି ବୈଠକର ଆଭିମୁଖ୍ଯ ବୋଲି କହିଥିଲେ l ସଂଘର ଜିଲ୍ଲା କୋଷାଧ୍ୟକ୍ଷ ମନୋଜ ନାଏକ ରାଜ୍ଯ ସଂଘର ରଣନୀତି ସମ୍ପର୍କରେ ଆଲୋକପାତ କରିବା ସହିତ ( UPTF )ର ନିଷ୍ପତ୍ତି ଅନୁସାରେ ୯ଟି ବ୍ଲକର ମତାମତ ଲୋଡି ଡ୍ରେସକୋର୍ଡ ବର୍ଜନକୁ ବଳବତ୍ତର ରଖିବା ପାଇଁ ୧୨ ତାରିଖ ମଧ୍ୟରେ ବ୍ଲକ ସ୍ତରରେ ଦାବିପତ୍ର ପ୍ରଦାନ ଓ ୧୭ ତାରିଖରେ ଜିଲ୍ଲା ସ୍ତରରେ ଦାବିପତ୍ର ପ୍ରଦାନ କରାଯିବା ପ୍ରତ୍ଯେକ ବ୍ଲକରୁ ମାସଲିଭ ଫରମାଟ ସଂଗ୍ରହ କରାଯିବା ସହିତ ଆସନ୍ତା ୨୨ ତାରିଖ ସୁଦ୍ଧା ଦାବି ପୂରଣ ନ ହେଲେ ୨୪ ତାରିଖରୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ପ୍ରତ୍ଯେକ ବ୍ଲକ ଅଫିସ ସମ୍ମୁଖରେ ଧାରଣା ଦେବାକୁ ବୈଠକରେ ନିଷ୍ପତ୍ତି ହୋଇଛି l ସାଂଗଠନିକ ସଂପାଦକ ପ୍ରଣବ ପ୍ରକାଶ ଦାସଙ୍କ ସମ୍ବଲପରୁ ଗସ୍ତ ଅବସରରେ ଜିଲ୍ଲା ପ୍ରାଥମିକ ଶିକ୍ଷକ ସଂଘ (NPS) ତରଫରୁ ୩ ଦଫା ସମ୍ବଳିତ ଏକ ଦାବିପତ୍ର ପ୍ରଦାନ କରାଯାଇଛି l


Leave a Reply

Your email address will not be published. Required fields are marked *

error: Content is protected !!
Call Now Button
× How can I help you?