ପାନୀୟ ଜଳ ଯୋଗାଣ ସମସ୍ୟା ନେଇ ଜାତୀୟ ରାଜପଥ ଅବରୋଧ
ବଲାଙ୍ଗୀର/ଟିଟଲାଗଡ,୨l୭(ସା.ଆ.ମି ): ତତଲାଗଡ ରୁପେ ଚିର ପରିଚିତ ଟିଟଲାଗଡ ଉପଖଣ୍ଡ ଅଞ୍ଚଳରେ ଅତୀତରେ ୫୦ ଡ଼ିଗ୍ରୀ ତାପମାତ୍ରା ରେକର୍ଡ କରାଯିବା ନେଇ ଜାତୀୟ ସ୍ତରରେ ଚର୍ଚ୍ଚାର ବିଷୟ ପାଲଟିଥିଲା। ଏହି ଉତ୍ତପ୍ତ ଅଞ୍ଚଳରେ ଜଳସ୍ତର ହ୍ରାସ ନେଇ ମୁଖ୍ୟ ସମସ୍ୟା ପାଲଟିଥିବା ବେଳେ ତେଲ ନଦୀରୁ ପାଇପ ଲାଇନ ଯୋଗେ ଜଳ ଯୋଗାଣ ବ୍ୟବସ୍ଥା କରାଯାଇ ଥିଲା । ଏ ନେଇ ନିର୍ବାଚନ ବର୍ଜନ ସହ ଦୀର୍ଘ ବର୍ଷ ଆନ୍ଦୋଳନ କରାଯାଇଥିଲା ।
ହେଲେ ପରିତାପର ବିଷୟ ଯେ, ପାନୀୟ ଜଳ ଯୋଗାଣ ନିୟମିତ ଏପରିକି ସପ୍ତାହକୁ ଥରେ ଦୁଇ ଥର ପାନୀୟ ଜଳ ଯୋଗାଣ ହୋଇ ଆସିବା ନେଇ ତୀବ୍ର ଜନ ଅସନ୍ତୋଷ ପ୍ରକାଶ ପାଇ ଆସିବା ସତ୍ତ୍ବେ ଏ ଦିଗରେ ପ୍ରାଶାସନିକ ବ୍ୟବସ୍ଥା ଦାୟୀ ରହିବା ପ୍ରକାଶ ପାଉଛି । ସେହିପରି ନିୟମିତ ଭାବେ ଏହି ପାନୀୟ ଜଳ ଯୋଗାଣ ସମସ୍ୟା ବିରୋଧରେ ଟିଟିଲାଗଡ ଉପଖଣ୍ଡ ଅଞ୍ଚଳରେ ବିରୋଧ କରିବା ସାର ହୋଇଛି ।
ସେହିପରି ଟିଟିଲାଗଡ ନିକଟସ୍ଥ ବାନ୍ଧୂପଲା ଗ୍ରାମଠାରେ ଜାତୀୟ ରାଜପଥ ୫୯କୁ ଦୀର୍ଘ ସମୟ ଧରି ଅବରୋଧ କରି ଥିଲେ। ଉତ୍କଟ ଗ୍ରୀଷ୍ମ ପ୍ରବାହ ସହ ପାନୀୟ ଜଳ ସମସ୍ୟା ନେଇ ଗରା, ବାଲ୍ଟି ଧରି ଅବରୋଧ କରି ରଖିଥିଲେ ।
ଶେଷରେ ପ୍ରଶାସନିକ ଅଧିକାରୀ ଆସି ଉପଯୁକ୍ତ ପଦକ୍ଷେପ ନେବାକୁ ନିବେଦନ କରିବା ପରେ ଦୀର୍ଘ ସମୟ ପରେ ରାସ୍ତା ଅବରୋଧ ହଟିଥିଲା l