କାମ ଦେଉନି ବନୀକରଣ ଯୋଜନା, ରକ୍ଷଣାବେକ୍ଷଣ ଅଭାବରୁ ମରିଗଲାଣି ଗଛ

0

ସମ୍ବଲପୁର,୨ା୭(ସା.ଆ.ମି.): ଜଙ୍ଗଲ ଓ ପରିବେଶ ବିଭାଗ ଓଡ଼ିଶା ସରକାରଙ୍କ ପକ୍ଷରୁ ବନୀକରଣ ଯୋଜନାରେ ଲକ୍ଷଲକ୍ଷ ଟଙ୍କା ବ୍ୟୟ ବରାଦ କରାଯାଉଥିଲେ ମଧ୍ୟ ସରକାର କା ମାଲ ଦରିଆ ମେ ଡାଲ ନୀତି ଯୋଗୁ ଏହି ଯୋଜନା ସଫଳ ହୋଇପାରୁ ନାହିଁ। ସମ୍ବଲପୁର ଜିଲା ରେଢ଼ାଖୋଲ ବନଖଣ୍ଡ ଡଇଁଚା ସେକ୍ସନ ଦ୍ବାରା ମହାତ୍ମାଗାନ୍ଧୀ ଜାତୀୟ ଗ୍ରାମୀଣ ନଶ୍ଚିତ କର୍ମନିଯୁକ୍ତି ଯୋଜନାରେ ଲକ୍ଷାଧିକ ଟଙ୍କା ଖର୍ଚ୍ଚ କରାଯାଇ ୨୦୨୧-୨୨ ଆର୍ଥିକ ବର୍ଷରେ ସରଧାପୁରଠାରୁ ବଡ଼ତଏଲା ପର୍ଯ୍ୟନ୍ତ ପଥ ପାର୍ଶ୍ଵ ବନୀକରଣରେ ପ୍ରାୟ ୧୫୦୦ ପ୍ରକାରର ବିଭିନ୍ନ ଗଛ ଲଗାଯାଇଥିବା ସୂଚନାଫଳକରେ ଦର୍ଶା ଯାଇଥିଲେ ମଧ୍ୟ ସଂପୃକ୍ତ ବିଭାଗୀୟ ପକ୍ଷରୁ ରକ୍ଷଣାବେକ୍ଷଣ ଓ ପାଣି ଅଭାବରୁ ଗଛଗୁଡ଼ିକ ମରିଯାଇଥିବା ଦେଖିବାକୁ ମିଳିଛି।


Leave a Reply

Your email address will not be published. Required fields are marked *

error: Content is protected !!
Call Now Button
× How can I help you?