ମା’ ତାରିଣୀଙ୍କ ପୀଠରେ ଆଷାଢ଼ାଇ ପର୍ବ ପାଳିତ
ଢେଙ୍କାନାଳ(ସା.ଆ.ମି ): ଗାନ୍ଧୀ ମନ୍ଦିର ରୋଡ଼ସ୍ଥିତ ମା’ ତାରିଣୀଙ୍କ ପୀଠରେ ଆଷାଢାଇ ପର୍ବ ପାଳିତ ହୋଇଯାଇଛି। ଏହି ପର୍ବ ଆଷାଢ଼ ମାସର ଶେଷ ଗୁରୁବାର ପାଳନ କରାଯାଏ l
ଦିନ ସାରା ମନ୍ଦିର ପହଡ ପଡ଼ିଥିଲା। ସନ୍ଧ୍ୟା ସମୟରେ ପହଡ ଫିଟାଯାଇ ମା’ଙ୍କୁ ମହାସ୍ନାନ, ନୂତନ ବସ୍ତ୍ର, ଫୁଲହାରରେ ସୁସଜ୍ଜିତ କରାଯାଇଥିଲା। ଷୋଡ଼ଶ ଉପଚାରରେ ମା’ଙ୍କୁ ପୂଜାର୍ଚ୍ଚନା କରାଯାଇଥିଲା। ଧୂପ,ଦୀପ, ଝୁଣା, କର୍ପୁର ଆଳତି କରାଯାଇଥିଲା। ବିଭିନ୍ନ ପ୍ରକାରର ଭୋଗ ଲାଗି କରାଯାଇଥିଲା। ପୂଜାର୍ଚ୍ଚନା ପରେ ପରେ ମା’ଙ୍କ ପହଡ ପଡ଼ିଥିଲା l