ରଥଯାତ୍ରା ବେଳେ ନିରବଚ୍ଛିନ୍ନ ବିଦ୍ୟୁତ ଯୋଗାଣ ପାଇଁ ସବୁ ପ୍ରକାର ବ୍ୟବସ୍ଥା କରାଯାଇଛି : ଟିପିସିଓଡିଏଲ୍ କମ୍ପାନିର ସିଇଓ
ପୁରୀ : ପୁରୀ ରଥଯାତ୍ରା ବେଳେ ନିରବଚ୍ଛିନ୍ନ ବିଦ୍ୟୁତ ଯୋଗାଣ ପାଇଁ ସବୁ ପ୍ରକାର ବ୍ୟବସ୍ଥା କରାଯାଇଛି। ଏହାର ତଦାରଖ ପାଇଁ ପୁରୀରେ ୫୦୦କର୍ମଚାରୀ ମୁତୟନ ହୋଇଛନ୍ତି। ଟିପିସିଓଡିଏଲ୍ କମ୍ପାନିର ସିଇଓ ଅରବିନ୍ଦ ସିଂହ ଏହି ସୂଚନା ଦେଇଛନ୍ତି।
ସେ କହିଛନ୍ତି, ପୁରୀରେ ସବୁ ଭୂତଳ ୩୩ କେଭି ତାର ଠିକ୍ ଅଛି। ବଡ଼ଦାଣ୍ଡ, ବେଳାଭୂମି ରାସ୍ତା, ଭିଆଇପି ରୋଡ୍ ଓ ଅନ୍ୟ ପ୍ରମୁଖ ସ୍ଥାନରେ ଫିଡର୍ ପିଲାର ବକ୍ସର ପ୍ରତିଷେଧମୂଳକ ବ୍ୟବସ୍ଥା କରାଯାଇଛି । ଉତ୍ତମ ନିରୀକ୍ଷଣ ଓ ସମନ୍ୱୟ ପାଇଁ ପୁରୀ ଡିଭିଜନରେ କାମ କରିବାର ଅଭିଜ୍ଞତା ଥିବା ଅଧିକାରୀଙ୍କୁ ଦାୟିତ୍ୱ ଦିଆଯାଇଛି।