କଂଗ୍ରେସ କର୍ମୀଙ୍କୁ ଗୁଳିମାରି ହତ୍ୟା
କୋଲ୍କାତା: ପଶ୍ଚିମବଙ୍ଗ ପଞ୍ଚାୟତ ନିର୍ବାଚନ ପୂର୍ବରୁ ଶୁକ୍ରବାର ଦିନ ଘଟିଥିବା ରାଜନୈତିକ ସଂଘର୍ଷ ସମୟରେ ଜଣେ କଂଗ୍ରେସ କର୍ମୀଙ୍କୁ ଗୁଳି ମାରି ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ପୁଲିସ କହିବା ଅନୁସାରେ, ମୁର୍ଶିଦାବାଦ ଜିଲ୍ଲାର ଖରଗ୍ରାମରେ ଅଜ୍ଞାତ ଆତତାୟୀମାନେ ଫୁଲ୍ଚନ୍ଦ ଶେଖ୍ ନାମରେ ଜଣେ କଂଗ୍ରେସ କର୍ମୀଙ୍କୁ ଗୁଳି ମାରି ହତ୍ୟା କରିଛନ୍ତି।
ରାଜ୍ୟ କଂଗ୍ରେସ ସଭାପତି ଅଧୀରରଞ୍ଜନ ଚୌଧୁରୀ କହିଛନ୍ତି, ଏହି ଆକ୍ରମଣ ରାଜନୈତିକ ଉଦ୍ଦେଶ୍ୟପ୍ରଣୋଦିତ। ନିର୍ବାଚନ ପୂର୍ବରୁ ଆମ ଲୋକମାନଙ୍କ ଉପରେ ଆକ୍ରମଣ କରାଯିବ ବୋଲି ଆଶଙ୍କା ହେଉଥିଲା। ଏହି ଆକ୍ରମଣ ବିଷୟରେ ପୁଲିସଠାରୁ ରିପୋର୍ଟ ମଗାଯାଇଥିବା କଥା ରାଜ୍ୟ ନିର୍ବାଚନ କମିସନ୍ ଅଧିକାରୀମାନେ କହିଛନ୍ତି।