୧୫ ଅନୁପ୍ରବେଶକାରୀଙ୍କ ଘର ଉଚ୍ଛେଦ
ସମ୍ବଲପୁର,୭l୬(ସା.ଆ.ମି):
ସ୍ଥାନୀୟ କିସିଣ୍ଡା ଅଞ୍ଚଳର କେତେକ ଲୋକଙ୍କ
ସହାୟତାରେ ଝାଡଖଣ୍ଡ ଅଞ୍ଚଳରୁ କେତେକ ଲୋକ
ଜଙ୍ଗଲ ଜମି ପଟ୍ଟା ପାଇବା ଉଦ୍ଦେଶ୍ଯ ନେଇ
ରେଢାଖୋଲ ବନଖଣ୍ଡ ଗିରିଶ୍ଚନ୍ଦ୍ରପୁର ବନାଞ୍ଚଳ
ଅନ୍ତର୍ଗତ ଲଣ୍ଡାକୋଟ ସଂରକ୍ଷିତ ୩ ନମ୍ବର
କମ୍ପାଉଣ୍ଡ ଜଙ୍ଗଲ ଭିତରେ ବେଆଇନ ଭାବରେ
ଅନଧିକାର ପ୍ରବେଶ କରିଥିଲେ l ଏଠାରେ ଶହଶହ ଏକର ଜଙ୍ଗଲ
କାଟି ୧୫ଟି ପରିବାର ଘର ନିର୍ମାଣ କରି ରହୁଥବା
ଖବର ଜାଣିବାକୁ ପାଇଥିଲା ପ୍ରଶାସନ l ତେବେ ବୁଧବାର ପ୍ରଶାସନ ପକ୍ଷରୁ
ମାଜିଷ୍ଟ୍ରେଟ ଦାୟିତ୍ବରେ ଥିବା ନାକଟିଦେଉଳ
ତହସିଲଦାରଙ୍କ ଉପସ୍ଥିତିରେ ବନ ବିଭାଗ ଓ ପୋଲିସ ମିଳିତ ଭାବରେ ଚଢ଼ାଉ କରି ଜେସିବି
ସାହାଯ୍ୟରେ ୧୫ଟି ପରିବାରଙ୍କ ଘର
ଉଚ୍ଛେଦ କରାଯାଇଛି l ସେହିପରି ପଡିଆବାହାଲ
ବନାଞ୍ଚଳ ସଂରକ୍ଷିତ ଜଙ୍ଗଲରେ ୧୦ଟି ପରିବାରଙ୍କ ଘରକୁ ସେଠାକାର ପ୍ରଶାସନ ପକ୍ଷରୁ ଭଙ୍ଗା
ଯାଇଥିବା ଜଣାପଡିଛି l