ଟ୍ରେନ୍ରେ କଟି ଛଅ ମୃତ
ଯାଜପୁର: ଯାଜପୁର-କେନ୍ଦୁଝର ରୋଡ୍ ଷ୍ଟେଶନଠାରୁ କଟକ ଆଡ଼କୁ ପ୍ରାୟ ୨୦୦ ମିଟର ଦୂରତାରେ ଏକ ମାଲବାହୀ ଟ୍ରେନ୍ରେ କଟି ବୁଧବାର ଛଅ ଜଣଙ୍କ ମୃତ୍ୟୁ ଘଟିଛି। ବର୍ଷା ପବନ ଯୋଗୁ ମାଲ୍ବାହୀ ଟ୍ରେନ୍ ତଳେ କିଛି ଶ୍ରମିକ ଆଶ୍ରୟ ନେଇଥିବା ବେଳେ ଏହି ଅଘଟଣ ଘଟିଛି। ଆଜି ଅପରାହ୍ନରେ ଖୁବ୍ ଜୋର୍ରେ ବର୍ଷା ପବନ ଆସିବାରୁ ଶ୍ରମିକମାନେ ଏହି ମାଲ୍ବାହୀ ଟ୍ରେନ୍ ତଳେ ଆଶ୍ରୟ ନେଇଥିଲେ। ଏହି ସମୟରେ ଟ୍ରେନ୍ ଗଡ଼ିବାରୁ ଛଅ ଶ୍ରମିକଙ୍କ ମୃତ୍ୟୁ ଘଟିଥିବା ବେଳେ ଆଉ ଦୁଇ ଗୁରୁତର ଥିବା ଜଣାପଡ଼ିଛି।