ବାହାନଗା ଟ୍ରେନ ଦୁର୍ଘଟଣା : ସ୍ୱାମୀଙ୍କୁ ଖୋଜୁଛନ୍ତି ପତ୍ନୀ

0

କଟକ: ଏସସିବି ମେଡିକାଲରେ ଦୁଇଦିନ ହେବ ସ୍ୱାମୀ ଗୋପାଳ ହେମ୍ବ୍ରମଙ୍କୁ ଖୋଜୁଛନ୍ତି ପଶ୍ଚିମବଙ୍ଗର ରୁପା ହେମ୍ବ୍ରମ। ସାଦରାଗାଚି ଜନସନରୁ ଚେନ୍ନାଇ ଯାତ୍ରା କରୁଥିବା ବେଳେ ବାହାନଗାଠାରେ ଟ୍ରେନ ଦୁର୍ଘଟଣା ଘଟିଥିଲା। ଦୁର୍ଘଟଣା ଖବର ପାଇ ସ୍ତ୍ରୀ ଓ ପରିବାର ଲୋକେ ଘଟଣାସ୍ଥଳରେ ପହଂଚି ଖୋଜିବାକୁ ଲାଗିଥିବା ବେଳେ ପରେ ବାଲେଶ୍ୱର ଓ ଭଦ୍ରକ ହସ୍ପିଟାଲରେ ଖୋଜିଥିଲେ।

ହେଲେ ସେଠାରେ ତାଙ୍କ ସ୍ୱାମୀ ଏସସିବିରେ ଚିକିତ୍ସା ହେଉଥିବା ସୂଚନା ପାଇ ଦୁଇଦିନ ହେବ ଏସସିବି ମେଡିକାଲ ଆସି ସହାୟତା କେନ୍ଦ୍ରରେ ବୁଝିବା ପରେ ଏଠାରେ ସ୍ୱାମୀଙ୍କ ପତ୍ତା ପାଇ ପାରି ନାହାନ୍ତି। ଆଜି ପରିବାରର ଦୁଇ ସଦସ୍ୟ ଏମ୍ସ ହସ୍ପିଟାଲର ଶବାଗାରରେ ଯାଇ ଚିହ୍ନଟ କରୁଥିବା କହିଛନ୍ତି ରୂପା। ସରକାର ତାଙ୍କ ସ୍ୱାମୀକୁ ଖୋଯିବାରେ ସହାୟତା କରନ୍ତୁ ବୋଲି ଅନୁରୋଧ କରିଛନ୍ତି ରୁପା ହେମ୍ବ୍ରମ।


Leave a Reply

Your email address will not be published. Required fields are marked *

error: Content is protected !!
Call Now Button
× How can I help you?